Рет қаралды 6,214
ଈଶ୍ୱର ଆମ ଅତି ନିକଟ ସହାୟ ||new odia Christian song || singer-Sobulan and Biraji ||
Singer- Sobulan and Biraji
Lyrics,music and producer - Sobulan
Audio recording and music arrangement - Stiphen
Video camera- Abhisek, Video editing- Akshaya
Special thanks to - Janeka Jena
Rhythm- Rajesh
Full Lyrics:-
____________
ଈଶ୍ୱର ଆମ ଅତି ନିକଟ ସହାୟ
ହେ ପ୍ରିୟଗଣ କରିବା ନି ଭୟ
ସେ ଆମ ଆଶା ସେ ଆମରି ଭରସା
ରଖିବା ଭକତି ଲୟ ସମର୍ପି ହୃଦୟ
ପ୍ରଭୁ ଆମ ସପକ୍ଷ ଦେବାରେ ତାଙ୍କ ସାକ୍ଷ୍ୟ
ସେ ଆମ ଜୀବନ ସାଥୀ ସେ ଆମ ଶକ୍ତି
ହେ ପ୍ରିୟଗଣ କରିବା ନି ଭୟ (୦)
ଶୁଭ ବାରତା ନେଇ ଯିବାରେ ଆଗେଇ
ଗ୍ରାମ ନଗର ଗିରି ବନ ପଥ ଦେଇ
କହିବା ଉଚ୍ଚ ସ୍ୱରେ ଯୀଶୁଙ୍କ ବିଷୟରେ
ସେ ହିଁ ସତ୍ୟ ଈଶ୍ୱର ଜୀବନ୍ତ ପ୍ରସ୍ତର
କରି ତାଙ୍କୁ ବିଶ୍ୱାସ ପାଇବାରେ ଆଶ୍ୱାସ
ସେ ଦିନ ନିଶ୍ଚୟ ହେବାରେ ବିଜୟ
ହେ ପ୍ରିୟଗଣ କରିବା ନି ଭୟ (୧)
କେତେ ତାଡ଼ନା ଆସୁ ଏ ଜୀବନ ପଥରେ
ସାନ୍ତ୍ଵନା ଦେଇ ଆମକୁ ନେବେ ସେ ଦୟାରେ
ବିପଦ ଆପଦ ବେଳେ ଉଦ୍ଧାରନ୍ତି ନିଜ ବଳେ
ସଙ୍କଟ ସମୟରେ ଲୁଚାନ୍ତି ନିଜ ପକ୍ଷରେ
ସେ ଯେ, ଦୃଢ଼ ଶଇଳ ଆମ ଆଶ୍ରୟ ସ୍ଥଳ
ସେ ହିଁ ଆମ ମୁକତି ଗାଇବା ଜୟ ଗୀତି
ହେ ପ୍ରିୟଗଣ କରିବା ନି ଭୟ (୨)
ଆଶାକରୁଛି କି, ଏହି ଭକ୍ତି ସଂଗୀତ ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ.. ଓ ସଭିଙ୍କ ଆତ୍ମିକ ଜୀବନକୁ ଗଢ଼ିତୋଳିବାରେ ସହାୟକ ହେବ....
ଗୀତଟିକୁ Like, comments ଏବଂ share କରନ୍ତୁ.. ଏବଂ channel କୁ subscribe କରିବାକୁ ଭୁଲନ୍ତୁ ନାହିଁ
ଧନ୍ୟବାଦ ।
#iswaraamaatinikatasahayaodiaChristianvideosong
#stiphensonmusic