ବିଶିଷ୍ଟ ଧର୍ମପରାୟଣ ବ୍ଯକ୍ତିଙ୍କ ସ୍ମୃତିଚାରଣ ସଭା

  Рет қаралды 279

Prativa TV

Prativa TV

Күн бұрын

ବିଶିଷ୍ଟ ଧର୍ମପରାୟଣ ବ୍ଯକ୍ତିଙ୍କ ସ୍ମୃତିଚାରଣ ସଭା
************************************
ଲୀଳାବତାର ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭାଷାରେ ,
"କି ଜପ ତପ ମୁଁ କରିବି
ଆହେ ରମାରମଣ ,
କ୍ଷିତିରେ ଜନମ ହୋଇଲେ
ନ ହେବ କି ମରଣ ।"
ଜନ୍ମ ହେଲେ ମୃତ୍ୟୁ ଅନିର୍ବାର୍ଯ୍ୟ । କିନ୍ତୁ; ଯେଉଁ ବ୍ୟକ୍ତିଙ୍କ ଅବର୍ତ୍ତମାନରେ ଏ ସମାଜ ତାଙ୍କର ସ୍ମୃତିଚାରଣ କରେ,ବାସ୍ତବରେ ସେ ହେଉଛନ୍ତି,ଦିବ୍ୟ ଆତ୍ମନ୍ । ତାଙ୍କର ଏ ମାନବ ଜନ୍ମ ସାର୍ଥକ ହୋଇଥାଏ । ସେଇଭଳି ଜଣେ ଦିବ୍ୟପୁରୁଷ ଥିଲେ ଦିବଂଗତ ବିରଞ୍ଚି ନାରାୟଣ ରାଉତ। ସେ ପ୍ରଗାଢ ଆଧ୍ୟାତ୍ମିକବାଦୀ ବ୍ଯକ୍ତି ତଥା ଆଦର୍ଶ ମଣିଷ ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ପରମପ୍ରେମମୟ ଯୁଗ ପୁରୁଷୋତ୍ତମ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କର ସେ ଥିଲେ ଜଣେ ପରମ ଭକ୍ତ । ତେବେ ସେହି ମହାତ୍ମା ବିରଞ୍ଚି ନାରାୟଣ ରାଉତଙ୍କ ଏକାଦଶାହ ଉପଲକ୍ଷେ ସ୍ଥାନୀୟ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ମୀର୍ଜାପୁରସ୍ଥିତ ତାଙ୍କ ନିଜସ୍ବ ବାସଭବନ ଠାରେ ପରିବାର ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷାବିତ୍ ପରମେଶ୍ଵର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସ୍ମୃତିଚାରଣ ସଭାରେ କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ମନୋଜ ପରିଡା,ବର୍ଷିୟାନ ଶିକ୍ଷକ ଯୁଧିଷ୍ଠିର ରାଉତ,ଗୋପବନ୍ଧୁ ପାଠାଗାରର ସମ୍ପାଦକ ତଥା ସୁସଂଗଠକ ରାହାସ ବିହାରୀ ପରିଡା,ଯାଦବପ୍ରାଣ ଗୋବର୍ଦ୍ଧନ ବରଜ,ଆଳି-କନିକା ମାଟିର ଗର୍ବ ଓ ଗୌରବ ଉଦ୍ଦୀୟମାନ ନାରୀନେତ୍ରୀ ଗାୟତ୍ରୀ ଦେବୀ ଓରଫ୍ ବୁଢିଆ ଅପା,ଯୁବନେତା ତଥା ଜିଲ୍ଲା ପରିଷଦ ସଦସ୍ଯ ପ୍ରତାପ ବେହେରା,ବରିଷ୍ଠ ସାମ୍ବାଦିକ ତଥା ଅଭିରାମ ପରମହଂସ ମିଶନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତତ୍ତ୍ବଭୂଷଣ ପ୍ରଭାତ କୁମାର ଦାସ,ଦେବାନନ୍ଦ ପରିଡା,ନିର୍ମଳ ରାଉତ,ସାମ୍ବାଦିକ ଶିବରାମ ଦାସ ଏବଂ ପ୍ରେମାନନ୍ଦ ପରିଡା
ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ବର୍ଗତ ରାଉତଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିବାର ପରିଲକ୍ଷିତ ହୋଇଥିଲା ।
ସେ ଏକାଧାରରେ ଜଣେ ସମାଜ ସଂସ୍କାରକ,ସୁସଂଗଠକ, ମିଷ୍ଟଭାଷୀ, ପ୍ରଗାଢ ଆଧ୍ୟାତ୍ମିକବାଦୀ,ଅସାଧାରଣ ବାଗ୍ନୀ,ଦିଗଦର୍ଶକ ଏବଂ ସର୍ବୋପରି ଜଣେ ଆଦର୍ଶ ମଣିଷ ଥିଲେ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ । ଆହୁରି ମଧ୍ଯ ତାଙ୍କ ବିୟୋଗରେ ଏ ଅଞ୍ଚଳ ଜଣେ ସୁଦକ୍ଷ ସଂଗଠକ ଓ ସମାଜସେବୀଙ୍କୁ ହରାଇ ବସିଲା ବୋଲି କିଛି ବକ୍ତା ତାଙ୍କ ବକ୍ତବ୍ଯରେ କହିଥିଲେ । ଜଣେ ସୁଦକ୍ଷ ତଥା ନିଃସ୍ବାର୍ଥପର କର୍ମୀ ଭାବରେ ସ୍ବର୍ଗତ ରାଉତ କନିକା ଅଞ୍ଚଳର ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,କୃଷିର ଉନ୍ନତି ଆଦି ବହୁବିଧ କାର୍ଯ୍ୟଲାଗି ସେ ସର୍ବଦା ଲୋକମାନଙ୍କୁ ଏକତ୍ରିତ କରାଇ ସରକାରଙ୍କ ନିିକଟରେ ଦାବୀ ଉପସ୍ଥାପନ କରୁଥିଲେ । ତାଙ୍କ ପୁଅ - ଧର୍ମେନ୍ଦ୍ର ରାଉତ ଓ ଜିତେନ୍ଦ୍ର ରାଉତ ; ବୋହୂ - ଲକି ଓ ମିଲି ଝିଅ- ରାନୁ,ରୁବିନା ଓ ପ୍ରୀତି ; ଜ୍ବାଇଁ- ପ୍ରତାପ,ଆସ୍ତିକ ଓ ବୁବୁ ; ପୁତୁରା - ଜ୍ୟୋତିଷ ଓ ଅଭୟ ; ଭାଇ - ବାବନ ରାଉତ,ଅରୁଣ ରାଉତ,ଅମୁଲ୍ଯ ରାଉତ,ସୁରେଶ ରାଉତ ଓ ଅନିଲ ରାଉତ ; ଆତ୍ମୀୟସ୍ବଜନ,ବନ୍ଧୁବର୍ଗ,ଗ୍ରାମବାସୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମଟିକୁ ବେଶ୍ ସାଫଲ୍ଯ ମଣ୍ଡିତ କରିଥିବାର ଦୃଷ୍ଟିଗୋଚର ହୋଇଥିଲା ।
ଏଠାରେ ସ୍ମରଣଯୋଗ୍ଯ, ସ୍ବର୍ଗତ ବିରଞ୍ଚି ନାରାୟଣ ରାଉତଙ୍କର ୧୯୫୦ ମସିହା ଏପ୍ରିଲ୍ ମାସ ୨ ତାରିଖ ଦିନ ଧରାବତରଣ ହୋଇଥିବାବେଳେ ୨୦୨୪ ମସିହା ଏପ୍ରିଲ୍ ମାସ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟା ୮ଘଣ୍ଟା ୩୦ ମିନିଟ୍ ସମୟରେ ମହାପ୍ରୟାଣ ହୋଇଥିଲା ।
ତେବେ ଏଭଳି ଜଣେ ବିରଳ ଦିବ୍ୟପୁରୁଷ ଦିବଂଗତ ବିରଞ୍ଚି ନାରାୟଣ ରାଉତଙ୍କ ଅମର ଆତ୍ମାର ସଦଗତି ହେଉ ଏବଂ ତାଙ୍କ ପରିବାରର ଏ ଦୁର୍ଦ୍ଦିନରେ ଈଶ୍ବର ତାଙ୍କ ପରିବାର ସଦସ୍ଯଙ୍କୁ ଅସୀମ ସାହାସ ଓ ଧୈର୍ଯ୍ଯ ଦିଅନ୍ତୁ,ଏହାହିଁ ପ୍ରତିଭା ଟି.ଭି ପରିବାରର ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା ।

Пікірлер: 2
@sandiproutray1571
@sandiproutray1571 9 ай бұрын
Truly a Heart loving person
@sandiproutray1571
@sandiproutray1571 9 ай бұрын
Unforgettable great memories entangled with the great figure & will miss for ever
So Cute 🥰 who is better?
00:15
dednahype
Рет қаралды 19 МЛН
Une nouvelle voiture pour Noël 🥹
00:28
Nicocapone
Рет қаралды 9 МЛН
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
ହଠାତ କରିବାକୁ ପଡ଼ିଲା ବାହାଘର 🥰
21:08