ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ସଭା || prativa tv ||

  Рет қаралды 245

Prativa TV

Prativa TV

Күн бұрын

ଆଦର୍ଶ ଶିକ୍ଷକଙ୍କ ସ୍ମୃତିଚାରଣ ସଭା
----------------------------------------
କଥାରେ ଅଛି -
କେହି ରହିନାହିଁ ରହିବେ ନାହିଁଟି
ଭବ ରଙ୍ଗ ଭୂମି ତଳେ ,
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡ଼ିବେ କାଳବଳେ ।
ଏ ସଂସାରରେ ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ ହୋଇଥାଏ । ଏହା ଧ୍ରୁବ ସତ୍ଯ । କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଅବର୍ତ୍ତମାନରେ ଏ ସମାଜ ତାଙ୍କୁ ଝୁରେ ଏବଂ ତାଙ୍କର ସ୍ମୃତିଚାରଣ କରେ ,ବାସ୍ତବରେ ସେହି ବ୍ୟକ୍ତିଙ୍କର ଏ ମାନବ ଜନ୍ମ ସାର୍ଥକ ହୋଇଥାଏ । ତେବେ ସେହିଭଳି ଜଣେ ମହାତ୍ମା ଥିଲେ ଶିକ୍ଷାବିତ୍ ସୁଶାନ୍ତ କୁମାର ବେହେରା । ସେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ଅନ୍ତର୍ଗତ ରଗଡାପାଟିଆ ଗାଁରେ ୧୯୫୨ ମସିହା ମାର୍ଚ୍ଚ ମାସ ୫ ତାରିଖ ଦିନ ପିତା ପ୍ରିୟନାଥ ବେହେରା ଓ ମାତା ସୁପ୍ରଭା ବେହେରାଙ୍କ କୋଳମଣ୍ଡନ କରିଥିଲେ । ଏଠାରେ ସ୍ମରଣଯୋଗ୍ଯ,ତାଙ୍କର ଚଳିତ ବର୍ଷ ଅକ୍ଟୋବର ମାସ ୧୧ ତାରିଖ ଦିନ ହୃଦଘାତରେ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତେବେ ଏଭଳି ଜଣେ ବିଶିଷ୍ଟ ଶିକ୍ଷାବିତ୍,ଅନେକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଶିକ୍ଷକ ଗୌରବ ସ୍ବର୍ଗତ ସୁଶାନ୍ତ କୁମାର ବେହେରାଙ୍କ ଦ୍ବାଦଶାହ କ୍ରିୟା ଉପଲକ୍ଷେ ପରିବାର ପକ୍ଷରୁ ତାଙ୍କ ରାଜନଗର ରଗଡାପାଟିଆସ୍ଥିତ ନିଜସ୍ବ ବାସଭବନଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ C.R.C ପରମେଶ୍ଵର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସ୍ମୃତିଚାରଣ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ଅଭିରାମ ପରମହଂସ ମିଶନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତତ୍ତ୍ବଭୂଷଣ ପ୍ରଭାତ କୁମାର ଦାସ ମୁଖ୍ଯ ବକ୍ତା ଭାବେ ଉପସ୍ଥିତ ରହି ଦିବଂଗତ ବେହେରାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିବାର ପରିଲକ୍ଷିତ ହୋଇଥିଲା । ଆହୁରି ମଧ୍ଯ ମୁଖ୍ଯବକ୍ତା ଶ୍ରୀମାନ ଦାସ ଯୁବସମାଜୁ ମାର୍ଗଦର୍ଶନ କରିବା ସହ ପିତାମାତା ଓ ବରିଷ୍ଠ ସଦସ୍ଯଙ୍କ ସମସ୍ତ ପ୍ରକାର ସେବାକୁ ପିଲାମାନେ ନିଷ୍ଠାର ସହ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଭାବରେ ରଜନଗର ଗୌରବ ତଥା ବରିଷ୍ଠ ସାମ୍ବାଦିକ ଅଭିରାମ ପତି,ଶ୍ରୀଧର ବେହେରା,ଆଦର୍ଶ ଶିକ୍ଷକ ଦୟାନିଧି ବାରିକ ପ୍ରମୁଖଙ୍କ ସମେତ ଡାଙ୍ଗମାଳ,ଖମାରସାହି ପଞ୍ଚାୟତ ଏବଂ ରାଜନଗର,ଆଳି,ପଟ୍ଟାମୁୁଣ୍ଡାଇ ଆଦି ବ୍ଲକରୁ ବହୁ ଶିକ୍ଷାବିତ୍,ସମାଜସେବୀ,ସାମ୍ବାଦିକ,ରାଜନେତା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ବର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିବାର ଦେଖିବାକୁ ମିଳିଥିଲା।ଏଥିରେ ସ୍ବର୍ଗତ ବେହେରାଙ୍କ ବଡ ପୁଅ ସତ୍ୟପ୍ରିୟ ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ତାଙ୍କ ବଡ ଜ୍ବାଇଁ ତଥା ବିଶିଷ୍ଟ ସମାଜସେବୀ ତପନ କୁମାର ଗନ୍ତାୟତ ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିବାର ଦୃଷ୍ଟିଗୋଚର ହୋଇଥିଲା । ସ୍ବର୍ଗତ ଆଦର୍ଶ ଶିକ୍ଷକ ସୁଶାନ୍ତ କୁମାର ବେହେରାଙ୍କ ସହଧର୍ମିଣୀ ରେଣୁକା ବେହେରା , ପୁଅ - ସତ୍ୟପ୍ରିୟ ଓ ଦେବବ୍ରତ; ବୋହୂ - ସ୍ମୃତିରେଖା ଓ ରଶ୍ମିରେଖା ;ଝିଅ-ଲୀଳାବତୀ,ଗୀତାରାଣୀ ଓ ରୀତାରାଣୀ ଏବଂ ଜ୍ବାଇଁ - ତପନ କୁମାର ଗନ୍ତାୟତ,ସୁଶାନ୍ତ କୁମାର ଭୂୟାଁ ଓ ଦିବେନ୍ଦୁ ବେହେରା ; ନାତି - ଶାନ୍ତନୁ,
ସୁଜିତ,ଶୁଭକାନ୍ତ, ଶୁଭମ୍,ଶୁଭଜିତ୍ ଓ ଶୁଭେନ୍ଦୁ : ନାତୁଣୀ -ପ୍ରିୟଙ୍କା,ପ୍ରିୟଦର୍ଶିନୀ,ଅଙ୍କିତା ଓ ସଲୋନୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାର ନଜରକୁ ଆସିଥିଲା । ତେବେ ଏଭଳି ଜଣେ ପୂଣ୍ୟାତ୍ମା ମଣିଷ ଆଦର୍ଶ ଶିକ୍ଷାବିତ୍ ଦିବଂଗତ ସୁଶାନ୍ତ କୁମାର ବେହେରାଙ୍କ ଅମର ଆତ୍ମାର ସଦଗତି ହେଉ,ଏହା ହିଁ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରତିଭା ଟି.ଭି ପରିବାରର ବିନମ୍ର ପ୍ରାର୍ଥନା ।

Пікірлер
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН