ଆଦିରତ୍ନ ଦାଦି ସନ୍ଦେଶୀଙ୍କର ଷୋଡଶ ପୁଣ୍ୟ ତିଥି ପାଳନ

  Рет қаралды 232

Sandeshi omniwas

Sandeshi omniwas

Күн бұрын

ଦାଦି ସନ୍ଦେଶୀଜୀଙ୍କର ୧୬ତମ ପୂଣ୍ୟତିଥି ଓ ଡକ୍ଟର ବି.କେ. କମଲେଶ ଦିଦିଙ୍କର
ଓଡ଼ିଶାରେ ଈଶ୍ବରୀୟ ସେବାର ୫୦ ବର୍ଷ ପୂର୍ତୀ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ପାଳନ
ଭୁବନେଶ୍ୱର, ତା ୦୧.୧୧.୨୦୨୩ :
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍-୯,
ଭୁବନେଶ୍ଵର ତରଫରୁ ତା ୦୧.୧୧.୨୦୨୩ରିଖ ବୁଧବାର ଦିବା ଘ.୧୦.୩୦ ମିନିଟ୍ ସମୟରେ ଆଦିରତ୍ନ ଦାଦି
ସନ୍ଦେଶୀଜୀଙ୍କର ୧୬ତମ ପୂଣ୍ୟତିଥୁ ଅନୁଷ୍ଠିତ ହୋଇଯାଇଅଛି। ଭୁବଶ୍ଵରରେ ବ୍ରହ୍ମାକୁମାରୀ ସଂସ୍ଥାର ବୀଜବପନ
କରିଥିବା ସେହି ପବିତ୍ର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଯାଇଥିଲା । ତତ୍ ସଂଗେସଂଗେ ଦାଦିଜୀଙ୍କ ପୁଣ୍ୟତିଥ୍ ଅବସରରେ
ବ୍ରହ୍ମାକୁମାରୀଜ୍ କଟକ୍ ସବ୍‌ଜୋନ୍‌ର ନିର୍ଦ୍ଦେଶିକା ଡଃ ବି.କେ. କମଲେଶ ଦିଦିଙ୍କୁ ଦାଦି ସନ୍ଦେଶୀ ଉପାଧିରେ
ସମ୍ମାନିତ କରାଯାଇଥିଲା । କମଲେଶ ଦିଦି ଦୀର୍ଘ ପଚାଶ ବର୍ଷ ଧରି ଓଡ଼ିଶାରେ ଆଧ୍ୟାତ୍ମିକତାର ବିଜ ବପନ କରି
ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ ନିଃସ୍ଵାର୍ଥ ସେବା ଯୋଗାଇ ଆସୁଛନ୍ତି । ତାଙ୍କର ଏହି ପଚାଶବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ
ଜୟନ୍ତୀ ପାଳନ ଅବସରରେ ସହରର ବିଭିନ୍ନ ଅନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିବୃନ୍ଦ ତାଙ୍କୁ ସମ୍ମାନିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେବାପାଇଁ ମାନ୍ୟବର ବିଜ୍ଞାନ ଓ କାରିଗର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ
ଚନ୍ଦ୍ର ପଣ୍ଡା ଯୋଗଦେଇ କମଲେଶ୍ ଦିଦିଙ୍କର ମହିମାଗାନ କରିଥିଲେ । ମାନ୍ୟବର ଜୟଦେବ ବିଧାୟକ ଡଃ ଅରବିନ୍ଦ
ଢାଲି, ଓ.ୟୁ.ଟି.ଆର.ର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ, ମାନ୍ୟବର ଅଧ୍ୟକ୍ଷ ପ୍ରଫେସର ପି.ସି. ଅଗ୍ରଓ୍ବାଲା,
ରୟାଲ ଗ୍ରୁପ୍ ଅନୁଷ୍ଠାନର ଚେୟାରମ୍ୟାନ ଡଃ ବିଷ୍ଣୁ ମୋହନ ମହାନ୍ତି, ଶ୍ରୀମତୀ ରିତୁ ମହିପାଲ, କଳିଙ୍ଗ ଆଲଏଜ୍‌ ପ୍ରା.ଲି.,
ଡଃ ମଧୁମାଧବ ଜେନା, ସଭାପତି, ବରିଷ୍ଠ ନାଗରିକ ସଂଗଠନ, ଡକ୍ଟର ଯୁଗଳ କିଶୋର ସାହୁ, ସାଧାରଣ ସମ୍ପାଦକ
ବରିଷ୍ଠ ନାଗରିକ ସଂଗଠନ, କୈଳାସ ଚନ୍ଦ୍ର କାନୁନ୍‌ଗୋ, ପୂର୍ବତନ ସଭାପତି ରୋଟାରୀ କ୍ଲବର ପ୍ରମୁଖ କମଲେଶ୍ ଦିଦିଙ୍କୁ
ସୁବର୍ଣ୍ଣ ଜୟନ୍ତୀ ଅବସରରେ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ମୁଖ୍ୟବକ୍ତା ରୂପେ ଦିଲ୍ଲୀର ହୃଦରୋଗ
ବିଶେଷଜ୍ଞ ଡା. ମୋହିତ୍ ଦୟାଲ ଗୁପ୍ତା ପ୍ରମୁଖ ଯୋଗ ଦେବା ସହିତ ଏଥୁରେ ହଜାରରୁ ଊର୍ଦ୍ଧ୍ବ ଭାଇ ଓ ଭଉଣୀ ଅଂଶଗ୍ରହଣ
କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଭାପତିତ୍ବ କରିଥିଲେ ଭୁବନେଶ୍ଵର ୟୁନିଟ୍-୯ ସବ୍‌ଜୋନ୍‌ର ସଞ୍ଚାଳିକା ବ୍ରହ୍ମାକୁମାରୀ
ଗୀତା ଭଉଣୀ ଓ ପରିଚାଳନା କରିଥିଲେ ଇଂଜିନିୟର ବ୍ରହ୍ମାକୁମାର ଅରୁଣ ଭାଇ । ଏହି କାର୍ଯ୍ୟକ୍ରମରେ କଟକ ଶାନ୍ତି
ସରୋବର ରିଟ୍ରିଟ୍ ସେଣ୍ଟରର ନିର୍ଦ୍ଦେଶିକା ବ୍ରହ୍ମାକୁମାରୀ ସୁଲୋଚନା ଦିଦି, ଭଦ୍ରକ ସେବା କେନ୍ଦ୍ରର ସଂଚାଳିକା ମଞ୍ଜୁ ଦିଦି,
ରାଜସ୍ଥାନ ଜାଲୋର ସେବାକେନ୍ଦ୍ରର ସଂଚାଳିକା ରଞ୍ଜୁଦିଦି ୟୁନିଟ୍‌-୮ ସେବାକେନ୍ଦ୍ରର ସଂଚାଳିକା ଦୁର୍ଗେଶ ନନ୍ଦିନୀ ତଥା
ଶୈଳଶ୍ରୀବିହାରର ସଂଚାଳିକା ଦୟୟନ୍ତୀ ଦିଦି ସମେତ ବ୍ରହ୍ମାକୁମାରୀ ସଂଗଠନର ସଂସ୍ଥା ବରିଷ୍ଠ ଭାଇ ଭଉଣୀମାନେ
ଯୋଗଦେଇ ସନ୍ଦେଶୀ ଦାଦିଙ୍କ ସ୍ମୃତିଗାନ କରିଥିଲେ ଓ କମଲେଶ୍ ଦିଦିଙ୍କୁ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ ।
ବ୍ରହ୍ମକୁମାରୀ ଗୀତା
ସଂଚାଳିକା,
ସବ୍‌ଜୋନ୍‌ : ଓଁ ନିବାସ, ୟୁନିଟ୍-୯, ଭୁବନେଶ୍ଵର

Пікірлер
когда не обедаешь в школе // EVA mash
00:57
EVA mash
Рет қаралды 3,7 МЛН
Geeta Didi's 53rd Birthday Celebration on 4th March at Omniwas
6:06