free health checkup and World no Tobacco Day observation program by Brahma Kumaris Unit 9

  Рет қаралды 144

Sandeshi omniwas

Sandeshi omniwas

Күн бұрын

ଭୁବନେଶ୍ୱର, ତା ୩୧/୫ : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଓମ୍ ନିବାସ,
ଭୁବନେଶ୍ଵର ତରଫରୁ ଆଜି ତା ୩୧.୦୫, ୨୦୨୩ରିଖ ବୁଧବାର ରାତ୍ର ୬ ଘଟିକା ସମୟରେ ନିଶାମୁକ୍ତି
ଦିବସ ପାଳନ କରାଯାଇଅଛି । ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ରୂପେ ଜୟଦେବ ବିଧାୟକ ଭ୍ରାତା ଡଃ ଅରବିନ୍ଦ ଢାଲି ଯୋଗଦେଇଥିଲେ । ସେ
ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନିଶାମୁକ୍ତି ଦ୍ବାରା ହିଁ ସମାଜରେ ସୁଖ, ଶାନ୍ତି ମିଳିପାରିବ । ମୁଖ୍ୟବକ୍ତା
ରୂପେ ସନ୍‌ସାଇନ୍ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଭ୍ରାତା ବ୍ରିଗେଡିୟର ପ୍ରଫେସର ଡା. ପି.କେ. ସାହୁ ଯୋଗଦେଇ
କହିଥିଲେ ଯେ, ଶରୀର ସୁସ୍ଥତା ପାଇଁ ନିଶା ଦ୍ରବ୍ୟ ବର୍ଜନ ନିତ୍ୟାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ
ସଭାପତିତ୍ବ କରିଥିଲେ ମୁଖ୍ୟ ସେବାକେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଗୀତ ଭଉଣୀ । ସେ ତାଙ୍କ ବକ୍ତବ୍ୟ
କହିଥିଲେ ଯେ, ବ୍ରହ୍ମାକୁମାରୀ ସଂସ୍ଥା ଦ୍ଵାରା ଶିକ୍ଷା ଦିଆଯାଉଥିବା ରାଜଯୋଗର ଅଭ୍ୟାସ ସାରା ବିଶ୍ଵରେ
ହଜାର ହଜାର ଭାଇ ଭଉଣୀଙ୍କୁ ସହଜ ଉପାୟରେ ନିଶାମୁକ୍ତ କରାଇ ବିଡ଼ି, ପାନ, ସିଗାରେଟ୍, ଗୁଡାଖୁ,
ମଦ ଇତ୍ୟାଦି ନିଶା ସେବନରୁ ମୁକ୍ତ କରାଯାଇଛି । ତେଣୁ ଆସନ୍ତୁ, ରାଜଯୋଗ ଶିକ୍ଷା ଲାଭ କରି ନିଜକୁ
ପରିବାରକୁ ସୁସ୍ଥ ରଖୁବା ସହ ଭୁବନେଶ୍ଵର, ଓଡ଼ିଶା ଓ ଭାରତକୁ ନିଶାମୁକ୍ତ କରି ଗଢିତୋଳିବା । ସମ୍ମାନୀୟ
ଅତିଥୁ ରୂପେ ବିଶିଷ୍ଟ ସମାଜସେବୀ ଶ୍ରୀ ଯୁଗଳ କିଶୋର ସାହୁ କହିଥିଲେ ଯେ, ଏକ ସୁସ୍ଥ ସମାଜ ଗଠନ
କରିବା ପାଇଁ ନିଶା ବର୍ଜନ ନିତ୍ୟାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଭାଇ ଭଉଣୀ
ଯୋଗଦେଇଥିଲେ । ବ୍ରହ୍ମାକୁମାରୀ ତ୍ରିପୁରା ଭଉଣୀ ସୂଚାରୁ ରୂପେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ
ଧନ୍ୟବାଦ ଅର୍ପଣ କରିଥିଲେ । ଏତଦ୍‌ବ୍ୟତୀତ ବାୟାବାବ ବସ୍ତୀରେ ସନ୍‌ସାଇନ୍ ହସ୍ପିଟାଲ୍‌ର ମିଳିତ
ସହଯୋଗୀତାରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୨୦୦ ରୁ
ଊର୍ଦ୍ଧ୍ଵ ଭାଇଭଉଣୀ ଲାଭାନ୍ବିତ ହୋଇଥିଲେ । ଏଥିରେ ମୁଖ୍ୟ ପୁରୋଧା ଥିଲେ ସମାଜସେବୀ ଭ୍ରାତା
ଯୁଗଳକିଶୋର ସାହୁ ।
ବ୍ରହ୍ମକୁମାରୀ ଗୀତା
ସଂଚାଳିକା,
ଓଁ ନିବାସ, ୟୁନିଟ୍-୯, ଭୁବନେଶ୍ଵର
ମୋ-୯୨୩୮୫୩୮୦୯୭

Пікірлер: 1
@bimachronicle7347
@bimachronicle7347 Жыл бұрын
🎉
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 58 МЛН
Players vs Corner Flags 🤯
00:28
LE FOOT EN VIDÉO
Рет қаралды 79 МЛН
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 2,9 МЛН
Welcome to Chakradhari Didi ji. Divine Class by her
49:57
Sandeshi omniwas
Рет қаралды 125
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 58 МЛН