Рет қаралды 25,248
#odiapoetry #muktamancha #priyambadanayak #sradhanjalientertainments #sradhapanigrahi
Special thanks to our venue partner, “Cloud kitchen “….
To experience the best food Call Us
+91 9337222970, +918588830659
www.baba-ben-c...
--ଲଜ୍ଜ୍ୟା ନୁହେଁ ସମୟ ଆତ୍ମପ୍ରକାଶର--
ତକିଆରେ ମୁଁହମାଡି ପେଟକୁ ଜାବୁଡ଼ି
ଟିକେ ଆଜି ପଡ଼ିରହିଛି,
ବାପା ପଚାରିଲେ କଣ ହେଲା ମା ?
ଉତ୍ତର ଦେବାକୁ ଲାଜ ଲାଗୁଛି....
"ମୁଁ ପରା ୠତୁମତି ହୋଇଛି"
ମା ଛେଉଣ୍ଡ ଝିଅ ମୁଁ
ପ୍ରଥମ ଋତୁସ୍ରାବର ଅଳ୍ପ ଦିନରେ
ମା ମୋ ଛାଡ଼ି ଚାଲି ଯାଇଛି,
ରକ୍ତ ମୋ ଝରିଲା , ଯନ୍ତ୍ରଣା ବି ହେଲା
ହାତ ପାଦ ପୁରା ଶିଥିଳ ପଡିଲା
ହେଲେ ବି ମୁଁ ଚୁପଚାପ ସବୁ ସହିଯାଇଛି,
ବୋଧେ ଋତୁସ୍ରାବ ଏକ ଲଜ୍ଜ୍ୟା ବୋଲି
ମନ ମୋର ମାନିସାରିଛି.....
"ମୁଁ ପରା ୠତୁମତି ହୋଇଛି"
ଅପସଂସ୍କାରକୁ ଆବୋରି ନେଇଛି
ଗଙ୍ଗା ଗୋବର ପାଣିରେ ମୁଁ ବି ମୁଣ୍ଡ ଧୋଇ ଗାଧେଇଛି,
ଅପବିତ୍ରତା କାଳେ ମୋ ଶରୀରରେ ଆସିଯାଇଛି....
ଦେଖିବିନି ଭାଇ ମୁଁହ, ସିଏ ଯେ ବାଡ଼ୁଅ ପୁଅ
ମୋ ଖରାପ ନଜରରେ ତା'ର ହୋଇପାରେ ଆୟୁ କ୍ଷୟ,
କିଛି ତଥାକଥିତ ମାଇପିଙ୍କ କଥାରେ ପଡ଼ି
ନିଜକୁ ଅସ୍ପୃଶ୍ୟା ବୋଲି ମାନିନେଇଛି.....
"ମୁଁ ପରା ୠତୁମତି ହୋଇଛି"
ଆବଶ୍ୟକତାକୁ ଓଠ ଖୋଲି କହିପାରିନି
ସାନିଟାରୀ ନାପକିନ ଲୋଡ଼ା ବୋଲି ଟଙ୍କା ମାଗିନି
କୁମ୍ପିରେ ସଞ୍ଚିଛି , ନିଜ କଥା ନିଜେ ବୁଝିଛି,
ହେଲେ ବି ଦାଗ ଲାଗିଯାଏ ଯଦି
କେଉଁ ପାପ ପରି ସଭିଙ୍କ ନଜର ଆଢୁଆଳରେ ରହିଛି....
"ମୁଁ ପରା ୠତୁମତି ହୋଇଛି"
ଋତୁସ୍ରାବର ଏ ସାତ ଦିନରେ ଠାକୁରେ କରିବେ କୋପ
ଦେଇଦେବେ ଅଭିଶାପ,
ଦେବନୀତି, ପୂଜାର୍ଚନା ସବୁଠାରୁ ଦୁରେଇ ରହିଛି
"ମୁଁ ପରା ୠତୁମତି ହୋଇଛି"
ହେଲେ ଆଜି ସମୟ ବଦଳିଛି,
ଗାଁ ଛାଡ଼ି ସହରୀ ସଭ୍ୟତାକୁ ଖୁବ ପାଖରୁ ଦେଖୁଚି
ୠତୁମତି ହୋଇ ବି, ଫୁଲ ଗଛରେ ପାଣି ଦେଉଛି,
ଆଶ୍ଚର୍ଯ୍ୟ! ଗଛଟି ମରିନି, ବଞ୍ଚିରହିଛି....
ମୁଁ ଯେ ସୃଷ୍ଟି,
ମୋ ସ୍ପର୍ଶ କଣ ବିନାଶ କରିପାରିବ !
ନାଁ, ଏକଥା ମୁଁ ବୁଝିସାରିଛି....
ଋତୁସ୍ରାବ ଏକ ସଂକେତ, ନୂତନ ସୃଷ୍ଟିର
ଏହା ଏକ ଆରମ୍ଭ, ନୁହେଁ ଅନ୍ତ ର,
ଅଭିଶାପ ନୁହେଁ, ଆଶୀର୍ବାଦ ଇଏ
ଲଜ୍ଜ୍ୟା ନୁହେଁ ସମୟ ଆତ୍ମପ୍ରକାଶର...
ଲଜ୍ଜ୍ୟା ନୁହେଁ ସମୟ ଆତ୍ମ ପ୍ରକାଶର ll
✍️ପ୍ରିୟମ୍ବଦା ନାୟକ