Рет қаралды 1,858,689
Album : Sampurna Ramayana (Aadya Kanda)
Singer : Dukhishyam Tripathy
Written By : Baishya Sadashiba
--------------------------------------------------------
|| ବୈଶ୍ୟ ସଦାଶିବ କୃତ ସମ୍ପୂର୍ଣ ରାମାୟଣର ଆଦ୍ୟକାଣ୍ଡ ||
ଅଯୋଧ୍ୟା ଓ ଦଶରଥଙ୍କ ବିବରଣ :
ସରଜୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀ ହେଉଛି କୋଶଳ ରାଜ୍ୟର ରାଜଧାନୀ । କୋଶଳ ନରେଶ ରାଜା ଦଶରଥଙ୍କ ରାଜତ୍ୱ କାଳରେ ପ୍ରଜାଗଣ ଅତ୍ୟନ୍ତ ସୁଖରେ କାଳାତିପାତ କରୁଥିଲେ । ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା ।
ଦଶରଥଙ୍କ ପୁତ୍ରେଷ୍ଟି ଯାଗ :
ବହୁଦିନ ଧରି ରାଜା ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[୧] ।
ରାମ ଜନ୍ମ :
ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ[୨] । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ୱରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ଋଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କ ଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
ରାମଙ୍କଦ୍ୱାରା ହରଧନୁ ଭଙ୍ଗ ଓ ସୀତାଙ୍କ ସହ ବିବାହ:
ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ । ଋଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢ଼ାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ୱୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ ।
---------------------------------------------------------------------
Songs:
00:02-Ganesha Bandana
04:33-Saraswati Bandana
06:53-Sarba Deba Debi Bandana
09:06-Shree Rama Chandra nka Bandana
13:26-Laxmana Bandana
15:21-Sita Devi Bandana
19:30-Brahma O Shiba Nka Kathopa Katha
24:40-DasharataNka Putresti Jagyan, Rushyasrunga Jarata Prasanga
30:49-Rama, Bharata, Laxmana, Satrughana Janma O Bala Leela
01:04:00-Ram Laxman Mithila Gamana, Ahalya Mukhya, Nabika Udhara
01:16:49-Rama Nkara Mithila Prabesha, Shiba Dhanu Bhagna, Sita Sameta Chari Bhauni Nka
Saha Chari Bhai Nka Bibaha
02:22:34-Batare Parshuram Nka Bheta O Tahara Garba Churna
02:35:36-Guhaka Saha Mitrata
----------------------------------------------------------------------
Sidharth TV ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Sidharth TV" ର KZbin Channelକୁ Subscribe କରନ୍ତୁ ଓ Bell ର Button 🔔 ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
Watch & Subscribe to our other KZbin Channels:
👉 Sidharth Music: / sidharthmusic
👉 Namita Agrawal : / namitaagrawal
👉 Sidharth Bhakti : / sidharthbhakti
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
#SidharthTV #SidharthMusic #SidharthBhakti #NamitaAgrawal #SitaramAgrawal #odiabhajan #odiasong #jayjagannathtv