Рет қаралды 9,664
ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ଶାଖା ସଭାପତି ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସଭାପତି ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା,ସ୍ଥାୟୀ ନିଯୁକ୍ତି ଦେବା, ଦୈନିକ ମଜୁରୀ କର୍ମଚାରୀ ଓ ଆଉଟସୋର୍ସିଂ ଉଚ୍ଛେଦ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା ପ୍ରମୁଖ ଦାବି ରହିଛି । ୨୦୧୮ ମସିହାରୁ ଉକ୍ତ ଦାବିଗୁଡ଼ାକ ପୂରଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯାଇଥିଲା ।କିନ୍ତୁ ଏ ପର୍ଯ୍ୟନ୍ତ ଦାବି ପୁରାଣ ନ ହେବାରୁ ଚଳିତ ମାସରେ ସମସ୍ତ ଜିଲ୍ଲାରେ ବୈଠକ କରାଯାଉଛି ବୋଲି ରାଜ୍ୟ ସଭାପତି ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି।ରାଜ୍ୟ ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ଆସନ୍ତା ମାସରୁ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ଶାଖା ସଭାପତି ସନ୍ତୋଷ କୁମାର ଚୌଧୁରୀ କହିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହାସଂଘର ଦିବ୍ୟ ଲୋଚନ ସ୍ବାଇଁ ଓ ସନ୍ତୋଷ ସିଂ,ଜିଲ୍ଲା ଉପ ସଭାପତି ମନୋଜ ପଟ୍ଟନାୟକ, ସାଧାରଣ ସଂପାଦକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଜିଲ୍ଲା ଉପଦେଷ୍ଟା ସନ୍ତୋଷ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ସୁକାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।