Жазылу
Secret Kalakar ଏଇ ଏବେ ଏବେ ମୋ ଚ୍ୟାନଲକୁ ବର୍ଷେ ପୁରିଲା, ଗତ ବର୍ଷ ମେ 11 (2020)ରେ ମୋ ଚ୍ୟାନଲ ଷ୍ଟାର୍ଟ ହେଇଥିଲା। ଏଇ ବର୍ଷେ ଭିତରେ ବହୁତ କିଛି ବଦଳି ଯାଇଛି। ବହୁତ ତଳ ଉପର ହେବାକୁ ପଡିଛି । ବହୁତ ଭିଡିଓ delete ହେଇଛି ବହୁତ ନୂଆ ଭିଡିଓ upload ହେଇଛି । ତଥାପି ମୁଁ ଥକି ଯାଇନି, ଆପଣମାନଙ୍କ ଭଲ ପାଇବାକୁ ପାଥେୟ କରି ଆଗକୁ ଆଗକୁ ଚାଲିଛି। ବର୍ଷେ ଭିତରେ ପାଖାପାଖି ୧୦୦ ଭିଡିଓ delete କଲାପରେ ଏବେ ଗୋଟେ ନୂଆ ରେକର୍ଡିଂ ଷ୍ଟୂଡିଓ ଆରମ୍ଭ କରିଛି। ମୋର ମାନେ ମୋ ନିଜ productionର ପ୍ରଥମ ଗୀତ (ଭଜନ ) ଗତକାଲି ମାନେ ୧୪-୫-୨୦୨୧ ରେ ଅପଲୋଡ କଲି। ଭକତରେ ଭକତ। ବହୁତ ସୁନ୍ଦର ହେଇଛି ବୋଲି ଆପଣମାନେ comment ରେ ଜଣାଇଛନ୍ତି । ଗୋଟେ ସପ୍ତାହ ଭିତରେ ଗୋଟେ ଆଧୁନିକ ଗୀତ ଅପଲୋଡ କରିବି 'ମୁଁ ପ୍ରଥମ ଶ୍ରେଣୀରେ ପଢୁନି'। ଆପଣମାନେ ସେ ଗୀତକୁ ଦେଖିବେ ଶୁଣିବେ, ଭଲମନ୍ଦ comment ରେ ଜଣାଇବେ। ଏ ଗୀତକୁ ମୁଁ ନିଜେ ଲେଖିଛି, ନିଜେ compose କରିଛି ଆଉ ମୋ ଷ୍ଟୂଡିଓ ରେ recording କରିଛି। ଜୟ ଜଗନ୍ନାଥ। ମୋ ଚ୍ୟାନଲ ଲିଙ୍କ : #secretkalakar #creatorratikanta 🙏🙏🙏🙏🙏🙏🙏🙏