Рет қаралды 2,171
Odisha Tantra Gyan QnA 7 ଓଡିଶା ତନ୍ତ୍ର ଜ୍ଞାନ QnA
ଆଜିର ଏଇ ଭିଡିଓରେ ଆମେ ଜାଣିବା କିଛି subscriber ଙ୍କର ପ୍ରଶ୍ନ ଉତ୍ତର.
Follow Instagram - / odishatantragyan
ସୁଜିତ କୁମାର ସାମଲ ପ୍ରଶ୍ନ ପଚାରିଛନ୍ତି ଯେ କୃତ୍ୟ ଦେବୀ ସାଧନା କିପରି ହେବ? ଦେଖନ୍ତୁ କୃତ୍ୟ ସାଧନା ପ୍ରଥମେ କାହାକୁ ଫଳିତ ହୁଏ ସେଇଟା ଜାଣନ୍ତୁ. ଯାହାର କୁଣ୍ଡଳୀର ଅଷ୍ଟମ ଘରେ ରାହୁ ଥିବେ ପଞ୍ଚମ ଘରେ ଶୁକ୍ର ଥିବେ ଆଉ ନବମ କିମ୍ବା ଦଶମ ଘରେ ବୃହସ୍ପତି ଥିବେ ନଚେତ ଶନି ଥିବେ. ସେଭଳି ଲୋକକୁ କୃତ୍ୟ ସାଧନା ଫଳିତ ହେବ. ଏମିତିରେ କୃତ୍ୟ ବହୁତ ପ୍ରକାରର ଅଛନ୍ତି ପ୍ରତ୍ୟେକ କୃତ୍ୟ ଙ୍କ ପାଇଁ ଅଲଗା ଅଲଗା ଯନ୍ତ୍ର ଆଉ ମାଳା ବ୍ୟବହାର କରାଯାଏ ଆଉ ସେମାନଙ୍କ ମନ୍ତ୍ର ବି ଅଲଗା. କୃତ୍ୟ ସାଧନାରେ ଦୁଇ ପ୍ରକାର ମାଳା ବ୍ୟବହାର କରାଯାଏ. ପ୍ରଥମ ହେଉଛି ନାଗ ସାପ ହାଡ଼ର ମାଳା ନଚେତ ମଲା ମଣିଷ ଦାନ୍ତରେ ତିଆରି ମାଳା. ଏଇ ଦୁଇଟି ମାଳା ବ୍ୟତୀତ ଅନ୍ୟ କୌଣସି ମାଳା ବ୍ୟବହାର କରାଯାଇ ପାରିବନି କି କୃତ୍ୟ ବି ଫଳିତ ହେବେନି.
କୁନାଲ ମଲ୍ଲିକ ଙ୍କ ପ୍ରଶ୍ନ ଯେ ବିଦ୍ୟା ପ୍ରାପ୍ତି ଯନ୍ତ୍ର ପ୍ରୟୋଗ ବିଧିରେ କେଉଁ ତେଲର ଦୀପ ବ୍ୟବହାର ହେବ. ରାଶି ତେଲ ନଚେତ ଗୁଆ ଘିଅ ବ୍ୟବହାର ହେବ.
ଆଉ ଜଣେ subscriber ପ୍ରଶ୍ନ ପଚାରିଛନ୍ତି ଯେ କାଶୀପ୍ରସିଧଃ ତନ୍ତ୍ର ବହି କେମିତି ପାଇବା? ଦେଖନ୍ତୁ publishing house ସହ ମନାନ୍ତର ମତାନ୍ତର ହେଇଥିବାରୁ ବହି ପ୍ରିଣ୍ଟିଂଗ ବାହାରିବା ବନ୍ଦ ହେଇଯାଇଛି. କିନ୍ତୁ ୟାର pdf available ଅଛି. ଯଦି କେହି pdf ପାଇବାକୁ ଚାହେଁ ତେବେ whatsapp ରେ msg କଲେ ଦେଇଦିଆ ଯିବ.
ଆଉ ଜଣେ subscriber ପ୍ରଶ୍ନ ପଚାରିଛନ୍ତି ଯେ ସେ ମରିବା ସ୍ବପ୍ନ ବେଶୀ ଦେଖୁଛନ୍ତି କଣ କରିବେ? ଶନିବାର କୁ ଶନିବାର ୭ ଶନିବାର ୫ ମୁଖି ରୁଦ୍ରାକ୍ଷ କୁ ନିଜ ମୁଣ୍ଡ ଉପରେ ୭ ଥର ବୁଲେଇ ଅକାଳ ମୃତ୍ୟୁ ନିବାରଣ ପାଇଁ ପ୍ରାର୍ଥନା କରି ଶିବ ମନ୍ଦିରରେ ଦାନ କରିଦିଅନ୍ତୁ. ପ୍ରତ୍ୟେକ ଦିନ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ. ଭଲ ହେଇଯିବ.
ଟଙ୍କଧର ପୂଜାରୀ ପ୍ରଶ୍ନ ପଚାରିଛନ୍ତି ଯେ ମୋତେ ବାଣ ମରା ହେଇଛି କିମିତି କଲେ ଭଲ ହେବି ଉପାୟ ଟିକେ କୁହନ୍ତୁ. ଏଥିପାଇଁ ସବୁଠୁ ଭଲ କାମ କରେ ଦୁର୍ଗରେ ରକ୍ଷା ମନ୍ତ୍ର. ଦୁର୍ଗରେ ରକ୍ଷା ମନ୍ତ୍ରକୁ ନୀତି ୧୧ ମାଳା ଲେଖାଏଁ ଜପ କରନ୍ତୁ. automatic ବାଣର ପ୍ରକୋପ ଶାନ୍ତ ହେଇଯିବ.
ମାନସ ଦଳ ବେହେରାଙ୍କ ପ୍ରଶ୍ନ ପାତାଳ ନୃସିଂହ ମନ୍ତ୍ରରେ ସୋରିଷ ଅଭିମନ୍ତ୍ରିତ କେମିତି କରିବେ,ଦୟାକରି ଜଣେଇବେ. ରବିବାର ଦିନ ନଚେତ ଚତୁର୍ଦଶୀ ରାତି ୧୨ ସମୟରେ ୨୫୦ ଗ୍ରାମ ଶ୍ୱେତ ସୋରିଷ ଆଣି ଗୋଟେ ପ୍ଲେଟରେ ସାମ୍ନାରେ ରଖିବେ. ନୃସିଂହ ଠାକୁରଙ୍କର ପଞ୍ଚୋପଚାରରେ ପୂଜା କରି ନିଜ ବିଶି ଆଙ୍ଗୁଠିକୁ ସେ ସୋରିଷ ଭିତରେ ବୁଡ଼େଇବେ. ଆଉ ସେ ସୋରିଷ କୁ ଏକା ଲୟରେ ଚାହିଁ ୧୦୮ ଥର ପତଳା ନୃସିଂହ ମନ୍ତ୍ର ଜପ କରିବେ. ହେଇଯିବ. ଏଇ ଅଭିମନ୍ତ୍ରିତ ସୋରିଷ କୁ ଯେଉଁଠି ପକେଇବା ସେ ସ୍ଥାନ ବନ୍ଧନ ହେଇଯିବ. ସେ ସ୍ଥାନ ଭିତରକୁ କେହି ପ୍ରବେଶ କରିପାରିବେନି.
ଗୌତମ ଙ୍କ ପ୍ରଶ୍ନ ଠାକୁର ଙ୍କ ଫଟୋ ଯନ୍ତ୍ର ପ୍ରାଣ ପ୍ରତିଷ୍ଠା କରିବାର ମନ୍ତ୍ର ସହିତ ତାର full ବିଧି ଭିଡ଼ିଓ ରେ ଛାଡ଼ନ୍ତୁ ଆପଣଙ୍କୁ ମୋର ଅନୁରୋଧ. sorry dear ! ମୁଁ already ଆଗରୁ କହି ସାରିଛି ଯେ ପ୍ରାଣ ପ୍ରତିଷ୍ଠା ବିଧି ମୁଁ ଦେଇ ପାରିବିନି. କାରଣ ଏଇଟା ଆମ ଗୁରୁ ପରମ୍ପରାର ନିଜସ୍ୱ. ବାକି ରହିଲା ଫଟୋ କଥା. ଫଟୋ କୁ ପ୍ରାଣ ପ୍ରତିଷ୍ଠା କରାଯାଏନି. କାରଣ ଫଟୋରେ ଦେବୀ ଦେବତା ବାସ କରନ୍ତିନି.
ଗୋଲକ ମହାପାତ୍ରଙ୍କ କମେନ୍ଟ - Guruji pranm guruji ucchicta ganapati sadhna diantu pls
ଦେଖନ୍ତୁ ଉଚ୍ଛିଷ୍ଟ ଗଣପତି ସାଧନା ଉଗ୍ର ସାଧନା. ସେଥିପାଇଁ ବଳି ଦେବାକୁ ପଡେ. ଏମିତିରେ ମୁଖ୍ୟ ଜିନିଷ ହେଉଛି ଶନିବାର ଅଷ୍ଟମୀ କି ଅମାବାସ୍ୟା ଯେବେ ପଡ଼ିଥିବ ସେଇଦିନ ନିମ୍ବ ଗଛର ଚେର ସଂଗ୍ରହ କରାହେଇ କୁମ୍ଭାର ଶାଳରୁ ବାମ ହାତରେ ମାଟି ଆଣି ସେଇ ମାଟିରେ ମୂର୍ତ୍ତି ତିଆରି ହୁଏ. ଆଉ ମୂର୍ତ୍ତିର ପେଟରେ ନିମ୍ବ ଚେରକୁ ରଖା ହୁଏ. ତାପରେ ଉଚ୍ଛିଷ୍ଟ ଗଣପତି ସାଧନା ଆରମ୍ଭ ହୁଏ. ଏଇ ସାଧନା ବହୁତ କେରୀତିକାଲ ସାଧନା. ସେଥିପାଇଁ ହିଁ ମୁଁ ଏଇ ସାଧନା ଏଯାଏ ଚ୍ୟାନେଲରେ ଦେଇନି.
ତାପସ କୁମାର ରାଣାଙ୍କ ପ୍ରଶ୍ନ ଘର ଉପରେ ପଡୁଥିବା ନଜର ଦୋଷ କୁ କେମିତି କାଟିବା ଦୟାକରି ଦିଅନ୍ତୁ? ଯଦି ଶନିବାର ଦିନ ବାଟରେ ଯାଉଥିବା ସମୟରେ ଲୁହା କଣ୍ଟା ମିଳିଯାଏ ସେଇ ଲୁହା କଣ୍ଟା କୁ ଆଣିକି ମଇଁଷି ମୂତ୍ରରେ ଗୋଟେ ୨-୩ ଘଣ୍ଟା ଭିଜେଇ ଦେବ. ଆଉ ରାତି ୮ ସମୟରେ କିମ୍ବା ରାତି ୮ ପରେ ସେଇ କଣ୍ଟା କୁ ପୂଜା କରି ତାକୁ ଧନୀ ଶନି ଙ୍କ ମନ୍ତ୍ର ୧୦୮ ଥର ଜପ କରିବ. ଆଉ ସେ କଣ୍ଟା ଟିକୁ ଦ୍ୱାର ମୁହଁରେ ଟଙ୍ଗେଇ ଦେବ. ଏତିକି କରିବା ଦ୍ୱାରା ହିଁ ଘର ଉପରେ ଥିବା ନଜର ଦୋଷ ହଟିଯିବ. ଆଉ କେବେ ବି ନଜର ଦୋଷ ଲାଗିବନି ଘରକୁ. କିନ୍ତୁ ଗ୍ରହ ଦଶ ଯଦି ବିପରୀତ ଚାଲିଥାଏ ତେବେ ସେ ସମସ୍ୟା ଭିନ୍ନ. ଏଣୁ ପ୍ରଥମେ ନିଜ କୁଣ୍ଡଳୀର ସ୍ଥିତି ଯାଞ୍ଚ କରେଇ ନିଅନ୍ତୁ, ଯଦ୍ୱାରା ଜଣ ପଡିବ ଯେ ନଜର ଦୃଷ୍ଟିର ପ୍ରଭାବ ନା ଗ୍ରହ ସମସ୍ୟାର ପ୍ରଭାବ.
ନାୟକ କୁମାର ପ୍ରଶ୍ନ କରିଛନ୍ତି ଯେ ଆମ ଓଡ଼ିଶା ର ଦେବୀ ମାଁ ମଙ୍ଗଳା, ମାଁ ବିମଳା, ମାଁ ସମଲେଶ୍ଵରୀ ଏବଂ ଅନ୍ୟାନ୍ୟ ଦେବୀ ଏମାନେ କଣ ଜଣେ ଜଣେ ଯୋଗିନୀ ?? ଯଦି ଏମାନେ ଯୋଗିନୀ ତାହାଲେ ଆମ ଓଡ଼ିଶା ରେ ଭଗବତୀ କିଏ ? । କିଏ ଯୋଗିନୀ ଆଉ କିଏ ଭଗବତୀ କିଛି ଯାଣିହଉନି । ଏ କଥା ଗୁଡାକ ସତ ନା ମିଛ ଗୁରୁଜୀ ଏ ବିଷୟରେ ଆପଣ ଟିକେ ବିସ୍ତାର ରୂପରେ କହିବେ 🙏
ଦେଖନ୍ତୁ ମୁଖ୍ୟ କଥା ହେଉଛି ମା ତାରିଣୀ, ବିମଳା, ମଙ୍ଗଳ, ସମଲେଶ୍ୱରୀ, ଖୁମ୍ବେଶ୍ୱରୀ ଇତ୍ୟାଦି ଏମାନେ ହେଲେ ବାସ୍ତବିକ ଯୋଗିନୀ. ଯୋଗିନୀ ଯେ ହେଲେ ଏମାନେ ଏମିତି ସେମିତି ଯୋଗିନୀ ନୁହନ୍ତି ବରଂ ମହା ଚଂଡିକା ଯୋଗିନୀ. ଏମାନଙ୍କର ଆବିର୍ଭାବ କଳିଯୁଗରେ ଭକ୍ତ ମାନଙ୍କର ଦୁଃଖ ନିବାରଣ ତଥା ଉଦ୍ଧାର ପାଇଁ ହେଇଚି. ଯଦି ଆମେ ଓଡିଶାର ପୁରାତନ ସଂକୃତିକୁ ଦେଖିବା ତେବେ ଜଗନ୍ନାଥ ସଂସ୍କୃତି ବୈଷ୍ଣବ ଉପାସନା ପଦ୍ଧତି ବହୁ ପରେ ଆସିଛି. ତା ପୂର୍ବରୁ ଆମ ଓଡିଶାରେ ଶୈବ ତନ୍ତ୍ର ଓ ମାତୃକା ତନ୍ତ୍ର, ଯୋଗିନୀ ତନ୍ତ୍ର ଉପାସନା ବହୁତ ପ୍ରସିଦ୍ଧ ଥିଲା. ସାରା ଭାରତ ବର୍ଷ କୁ ଯୋଗିନୀ ତନ୍ତ୍ର ଉପାସନା ବିଦ୍ୟା ଆମ ଓଡ଼ିଆ ଙ୍କର ଅତୁଳନୀୟ ଦାନ. ଆମ ଓଡ଼ିଆ ସାଧକ ଙ୍କ ଯୋଗୁଁ ହିଁ ସମ୍ପୂର୍ଣ୍ଣ ଭାରତ ବର୍ଷ ଯୋଗିନୀ ତନ୍ତ୍ର ଦାମ୍ର ତନ୍ତ୍ର ଉପଦେବୀ ଦେବତା ତନ୍ତ୍ର ବିଷୟରେ ଜାଣିଲେ. ବୌଦ୍ଧ ତନ୍ତ୍ରର ବହୁତ ପୂର୍ବରୁ ଏଠି ଯୋଗିନୀ ତନ୍ତ୍ର ଚାଲିଥିଲା,. ଏବେ ଆସିବା ପ୍ରଶ୍ନ ଉପରକୁ ଆମ ଓଡିଶାର ମୁଖ୍ୟ ଦେବୀ କିଏ? ବାସ୍ତବରେ ଆମ ଓଡିଶାର ମୁଖ୍ୟ ଦେବୀ ମୁଖ୍ୟ ଭଗବତୀ ହେଉଛନ୍ତି ମହାମାୟା ଭୁବନେଶ୍ୱରୀ. କେମିତି? ତ୍ରିପିଟକ ବୌଦ୍ଧ ତନ୍ତ୍ରରେ ଯେଉଁ ଲିପି ଲେଖା ଅଛି ତା ଭିତରେ ଅନ୍ୟ ତମ ଲିପି ହେଉଛି ଉଡ୍ର ଲିପି. ପ୍ରଥମେ ଓଡିଶାର ନାଁ ଥିଲା କଳିଙ୍ଗ ଭୁବନ. ତାପରେ ତ୍ରିକଳିଙ୍ଗ, ତାପରେ ଉଡ୍ର ତା ପରେ ଓଡ୍ର ତାପରେ ଉତ୍କଳ ଆଉ ତାପରେ ଓଡିଶା ନାଁ ହେଇଗଲା. ଯେବେ ଓଡିଶାର ନାଁ କଳିଙ୍ଗ ଭୁବନ ଥିଲା ସେତେବେଳେ କଳିଙ୍ଗର ମୁଖ୍ୟ ଅଧିଷ୍ଠାତ୍ରୀ ଦେବୀ ଥିଲେ ମହାମାୟା ଭୁବନେଶ୍ୱରୀ.