#ଯୋଡ଼ା_ବ୍ଲକ_ରେ_ରାସ୍ତା_ବି_ଚୋରି_ହୁଏ

  Рет қаралды 298

GSP ODIA

GSP ODIA

Күн бұрын

#ଯୋଡ଼ା_ବ୍ଲକ_ରେ_ରାସ୍ତା_ବି_ଚୋରି_ହୁଏ #gspodia #news #odisha
ଚୋରି ହୋଇଗଲା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା l
ପିସିଖିଆ ଅଧିକାରୀ କୁ ଲୁଟିଖିଆ ଠିକାଦାର l
ତଦାରଖ ଅଭାବ କାରଣରୁ ବେ ଫିଗର ଠିକାଦାର l
ମହା କେଳେଙ୍କାରୀ ଦେଖିବାକୁ ମିଳୁଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଡ଼ କାଳିମାଟି ପଞ୍ଚାୟତ ରେ, ବଡ଼ କାଳିମାଟି ଠାରୁ ହାଣ୍ଡି ଭଙ୍ଗା ଜଳ ପ୍ରପାତ କୁ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅତି ନିମ୍ନ ମାନର କାମ ହେବା ସହିତ ଅବଧି ଶେଷ ହେବା ପରେ ମଧ୍ୟ ସରୁନି ରାସ୍ତା ନିର୍ମାଣ କାର୍ଯ୍ୟ l
ଏହି ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କାର ରାଜସ୍ବ ଯାଉଥିବା ଓଡ଼ିଶାରେ ବେଶ୍ ପରିଚିତ ଥିବା ଜଳ ପ୍ରପାତ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଟିଏ ମିଳିପାରୁନାହିଁ, ଆଗରୁ ସିଙ୍ଗେଲ ସରକାର ଥିବା ବେଳେ ଯେଉଁ ଅବସ୍ଥା ଏବେ ଡବଲ ଇଞ୍ଜିନ ସରକାର ଆସିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ଠିକାଦାର ମାନଙ୍କ ତିଳେ ମାତ୍ର ଖାତିର କରୁନଥିବା ଖଣି ଅଞ୍ଚଳରେ ଜଳଜଳ ହୋଇ ଦେଖିବାକୁ ମିଳୁଛି l
ତାରିଖ ୦୮/୦୯/୨୦୨୧ ରେ କାର୍ଯ୍ୟାରମ୍ଭ ହୋଇ ତା ୦୭/୦୮/୨୦୨୨ ରେ ଶେଷ ହେବାକଥା କିନ୍ତୁ ଅବଧିର ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାସ୍ତାକାମ ସରିବାର ନା ଧରୁ ନାହିଁ , ଯେତିକି କାମ ହୋଇଥିଲା ସେ କାମ ମଧ୍ୟ ଅତି ନିମ୍ନ ମାନର ହୋଇଥିବାରୁ ରାସ୍ତାରୁ ପିଚୁ ଉଠି ଯାଇ ଖାଲଖମାରେ ପରିପୂର୍ଣ୍ଣ ହୋଇ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଲାଣି l
ରାସ୍ତାରେ ହେଉଥିବା ପୋଲ କାର୍ଯ୍ୟ ମଧ୍ୟ ଅଧାପନ୍ତରିଆ ଥିବାରୁ ଗ୍ରାମବାସୀ ଠାରୁ ଆରମ୍ଭ କରି ଜଳପ୍ରପାତ କୁ ଆସୁଥିବା ପର୍ଯ୍ୟଟକ ମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବାର ଆଶଙ୍କା ଦେଖାଦେଇଛି, ଅନେକ ଦର୍ଶକ ଛୋଟ ଛୋଟ କାର ରେ ଆସୁଥିବା ବେଳେ ରାସ୍ତାର ଅବସ୍ଥା ଦେଖି ଅଧା ବାଟରୁ ମନ ଦୁଃଖରେ ଫେରି ଯାଉଥିବା ଭଳି ମଧ୍ୟ ନଜିର ରହିଛି l ପ୍ରକଳ୍ପର ଅନୁଦାନ ଅର୍ଥ ୩୪୭.୫୪ ଲକ୍ଷ ଟଙ୍କା ଆସିଥିବା ବେଳେ କାର୍ଯ୍ୟ ଶେଷ ହେବା ଦିନଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୨୭.୮୭ ଲକ୍ଷ ଟଙ୍କା ରହିଛି, ତେବେ ଏହି କାର୍ଯ୍ୟ କରୁଥିବା ଆଇଥର ଇନଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ (ଏ କ୍ଲାସ୍) ବୋଲାଉଥିବା ଠକ ଠିକାଦାର କେତେ ଲୁଟିଛି ତାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ l
କେନ୍ଦୁଝର ରୁ ରବୀନ୍ଦ୍ର ଖମାଣିଆ ଙ୍କ ରିପୋର୍ଟ G,S,P, ODIA

Пікірлер: 1
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 22 МЛН
Зурабишвили: "Мой мандат продолжается"
1:01
Euronews по-русски
Рет қаралды 50 М.