Рет қаралды 70
ଯାତ୍ରା କଳାକାରଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା
ଖଇରା,୧୩/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଅଧିନ ବଣପାରିଆ ଗ୍ରାମର ଯାତ୍ରା କଳାକାର ସ୍ବର୍ଗତ ସୁରେନ୍ଦ୍ର ଦାସଙ୍କ ଏକାଦଶାହ କର୍ମ ଉପଲକ୍ଷେ ତାଙ୍କ ବାସଭବନ ପରିସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଯାତ୍ରା କଳାକାର ଦୈତାରି ପଣ୍ଡା, ଦାମୋଦର ପଣ୍ଡା, ନିତ୍ଯାନନ୍ଦ ଦାସ, ରାଧାକାନ୍ତ ପାତ୍ର, କରୁଣାକର ମହାନ୍ତି ଓ ଭାଗିରଥି ପାଢୀଙ୍କ ସମେତ ଅନ୍ୟ ଅତିଥି ମାନେ ଯୋଗଦେଇ ଯାତ୍ରା କଳାକାର ସ୍ବର୍ଗତ ଦାସଙ୍କ କଳାନୈପୁଣତା ସମ୍ବନ୍ଧରେ ଆଲୋକପାତ କରିବା ସହିତ ସ୍ବର୍ଗତ ଦାସଙ୍କ ନାମରେ ଏକ ଫାଉଣ୍ଡେସନ ଗଠନ ନିମନ୍ତେ ଉଦ୍ୟମ ଜାରି ରହୁ ବୋଲି କହିଥିଲେ । ସ୍ବର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ଦାସଙ୍କ ଜ୍ଯୋଷ୍ଠ ପୁତ୍ର ମଞ୍ଚାସୀନ ଅତିଥି ଏବଂ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରିବାର, ଜ୍ଞାତିକୁଟୁମ୍ବ ଏବଂ ସର୍ବୋପରି ସ୍ବର୍ଗତ ଦାସଙ୍କୁ ଭଲ ପାଉଥିବା ଆତ୍ମୀୟ ସ୍ବଜନ ମାନେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାମଚନ୍ଦ୍ର ପତ୍ରୀଙ୍କ ମଞ୍ଚ ପରିଚାଳନା ସମସ୍ତଙ୍କୁ ମୁଗ୍ଧ କରିଥିଲା । ନରେନ୍ଦ୍ର ମୁଦୁଲି ଓ ପ୍ରଫୁଲ୍ଲ ନାୟକଙ୍କ ସମେତ ବାଲେଶ୍ଵର ଜିଲ୍ଲାର କଳାକାର ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କଳାକାର ବନ୍ଧୁ ଓ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।।
ଆସନ୍ତୁ ଶୁଣିବା ସ୍ବର୍ଗତ ଦାସଙ୍କ ବିଷୟରେ କ'ଣ କହୁଛନ୍ତି ଯାତ୍ରା କଳାକାର.....
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ