Рет қаралды 5,608
"ସେ କାଳେ କଳା ଶ୍ରୀମୁଖ ଶୁଣନ୍ତି ସକଳ ଦୁଃଖ " ଶ୍ରୀ ମହାପ୍ରଭୁ ଙ୍କ ଦୈନନ୍ଦିନ ବିବିଧ ନୀତି ମଧ୍ଯରୁ ରାତ୍ର ଚନ୍ଦନ ଲାଗି ଅନ୍ୟତମ ଆକର୍ଷଣ ଅଟେ। ଏହା ସନ୍ଧ୍ଯାଧୂପ ପରେ ଓ ବଡ଼ସିଂହାର ବେଶ ପୂର୍ବରୁ ଅନୁଷ୍ଠିତ ହୋଇଥାଏ। ଦୈନନ୍ଦିନ ସନ୍ଧ୍ଯାଧୂପ ବେଶ ମଇଲମ ପରେ ଶ୍ରୀ ମହାପ୍ରଭୁ ଙ୍କ ଶ୍ରୀଅଙ୍ଗରେ ଏକ ଗୀତଗୋବିନ୍ଦ ଖଣ୍ଡୁଆ ପରିଧାନ କରାଯାଏ। ପରେ ପାଳିଆ ମେକାପ ତିନିଗୋଟି ରୂପା ପିଙ୍ଗଣ ରେ ଚନ୍ଦନ ଘୋରା ଆଣି ରତ୍ନ ସିଂହାସନ ରେ ପାଳିଆ ପୁଷ୍ପାଳକ ସେବାୟତ ଙ୍କୁ ଦିଅନ୍ତି। ଏହି ଚନ୍ଦନଲାଗି ରେ ଚନ୍ଦନ ସହ କର୍ପୂର , କସ୍ତୁରୀ , ଓ କେଶର ପଡ଼ି ଘୋରା ହୋଇଥାଏ। ପାଳିଆ ପୁଷ୍ପାଳକ ଉକ୍ତ ଚନ୍ଦନଲ କୁ ସଂସ୍କାର କରି ଶ୍ରୀ ଅଙ୍ଗ ରେ ଲାଗି କରାନ୍ତି। ଚନ୍ଦନଲାଗି ସମୟ ରେ ପାଳିଆ ଖୁଣ୍ଟିଆ ମହାପ୍ରଭୁ ଜଗନ୍ନାଥ ଙ୍କ ସାମନା ରେ ଠିଆ ହୋଇ ବେତବାଡ଼େଇ ଉଚ୍ଚ ସ୍ବରରେ ମଣିମା ଡ଼ାକ ଦେଉଥାଏ। ହଡ଼ପ ନାୟକ ମହାପ୍ରଭୁ ଙ୍କୁ ବିଡ଼ିଆ ମଣୋହି କରାଏ। ଏହି ସମୟରେ ଭକ୍ତମାନେ ଜଗମୋହନ ରୁ ଗୀତଗୋବିନ୍ଦ ଗାନ କରି ମହାପ୍ରଭୁ ଙ୍କୁ ଶୁଣାଉଥାନ୍ତି । ଓ ମହାପ୍ରଭୁ ମଧ୍ଯ ଚନ୍ଦନ ର ସୁଗନ୍ଧ ବାସ୍ନା ଓ ଶୀତଳ ସ୍ପର୍ଶ ପାଇ ଭକ୍ତଙ୍କ ଗୀତଗୋବିନ୍ଦ ଗାନ ରେ ଆନନ୍ଦିତ ହେଉଥାନ୍ତି। ବଡ଼ଦେଉଳ ରେ ପ୍ରବାଦ ରହିଛି ଯେ ଏହି ସମୟରେ ମହାପ୍ରଭୁ ଙ୍କୁ ଯାହା ମାଗିବ ତାହା ସେ ଦିଅନ୍ତି। ସେଥିପାଇଁ ଭକ୍ତଟିଏ ଚନ୍ଦନଲାଗି ସମୟରେ ମହାପ୍ରଭୁ ଙ୍କୁ ଦୁଃଖ ଜଣାଇଥାଏ।
#shrimandir #puri #jayjagannath #shortsyoutube #chandanlagi #Badasinghar #Badasingharbesh #####.....